ରେଢ଼ାଖୋଲ ର ବିଧାୟକ,ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ସମ୍ବଲପୁର ଜିଏମୟୁ ଠାରେ ଜଣେ ଛାତ୍ରୀ ପକ୍ଷରୁ ଦିଆଯାଇଥିବା ନିର୍ଯାତନା ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀଯୁକ୍ତ ପୁଜାରୀ ଆଜି ରାତିରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସରକାର ଏବଂ ପ୍ରଶାସନ ବିଜୁ ଜନତା ଦଳର ଯୁବ ଛାତ୍ର ସଂଗଠନ ପକ୍ଷରୁ ନାରୀ ନିର୍ଯାତନା ବିରୁଦ୍ଧରେ କରାଯାଉଥିବା ବାରମ୍ବାର ପ୍ରତିବାଦ ଓ ବିକ୍ଷୋଭର ଚାପରେ ଜାଗୃତ ହୋଇ ସଂପୃକ୍ତ ସହକାରୀ ପ୍ରଫେସରଙ୍କୁ ଆଜି ଗିରଫ କରିଛି।