ସମ୍ବଲପୁର ମ୍ୟୁନିସିପାଲଟି: ମା ସମଲେଶ୍ୱରୀ ଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ଦିର ପ୍ରାଙ୍ଗଣରେ ରଖିଲେ ପ୍ରତିକ୍ରିୟା
ସମ୍ବଲପୁର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି l ଆଜି ରାତି 8ସମୟରେ ବୁର୍ଲା ଅଶୋକ ନିବାସରୁ ବାହାରି ମା ସମଲେଶ୍ୱରୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ l ଏହି ଅବସର ରେ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ,ରାଜସ୍ୱ ମନ୍ତ୍ରୀ, ପଂଚାୟତ ରାଜ ମନ୍ତ୍ରୀ, ବିଧାୟକ ରେଙ୍ଗାଲି ର ପୂର୍ବତନ ବିଧାୟକ ପ୍ରମୁଖ ସାମିଲ ଥିଲେ l ମିଳିଥିବା ସୂଚନା ଅନୁଯାଇ ଆସନ୍ତାକାଲି ସମ୍ବଲପୁର ମହନଗର ଅଫିସରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l