ଭୁବନେଶ୍ୱର ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ!
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଭୁବନେଶ୍ୱର ମହାନଗର ନିଗମ (BMC) ଓଡ଼ିଶାର ପ୍ରଥମ ସ୍ୱଚ୍ଛ ସହର ଭାବେ ସ୍ଥାନ ହାସଲ କରିଛି।
ସଫେଇ କର୍ମଚାରୀ, ଅଧିକାରୀ, କ୍ଷେତ୍ରସ୍ତରୀୟ ଟିମ୍ ଓ ସହରବାସୀଙ୍କ ମିଳିତ ପ୍ରୟାସ, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମର ଏହା ଏକ ସୁନ୍ଦର ପ୍ରତିଫଳନ।
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଜାତୀୟସ୍ତରରେ ଦେଶର ଶ୍ରେଷ୍ଠ ୫ଟି ସହର ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଏହି ସଫଳତା ହାସଲ କରିବା ସହ ଓଡ଼ିଶାର ସ୍ୱଚ୍ଛ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି ବିଏମ୍ସି। ଏଥିପାଇଁ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଏମ୍ ସିକୁ ପୁରସ୍କୃତ କରିଛନ୍ତି ।
#SwachhSurvekshan #SwachhBhubaneswar #Bhubaneswar #BMCProud #TeamBMC