ଗତକାଲି ବାନିଗୁନୀ ଗ୍ରାମର ଶ୍ରମିକ ସ୍ୱର୍ଗତ ମାନିଆ ଏକ୍କା ଙ୍କ ମୃତ୍ୟୁ ଖବର ପାଇ ମାନ୍ୟବର ବିରମିତ୍ରାପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ତୁରନ୍ତ JP ହସ୍ପିଟାଲ, ରାଉରକେଲାରେ ପହଞ୍ଚି ପରିବାରକୁ ଭେଟି ସମବେଦନା ଜଣାଇଲେ।
ଗତ 22/08/2026 ରେ ଡ୍ୟୁଟି ସମୟରେ ତଳେ ପଡି ଗୁରୁତର ହୋଇ JP ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ 24/08/2026 ରେ ତାଙ୍କର ଦେହାନ୍ତ ହୋଇଥିଲା।
ବିଧାୟକଙ୍କ ହସ୍ତକ୍ଷେପ ପରେ କମ୍ପାନୀ କର୍ତ୍ତୃପକ୍ଷ ମୃତକଙ୍କ ପତ୍ନୀ ଶ୍ରୀମତୀ ଜୟମୁନୀ ଏକ୍କାଙ୍କୁ ମୋଟ 11 ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାର ର ଜଣେ ସଦସ୍ୟ ଙ୍କୁ ଚାକରି ଦେବାକୁ ରାଜି ହୋଇଛନ୍ତି ଏବଂ ଅନ୍ତିମ ସଂସ୍କାର ପାଇଁ 50,000 ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଙ୍କ ସହ କୁଆଁରମୁଣ୍ଡା ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର, ବିଧାୟକ ପ୍ରତିନିଧି ମହେଶ ସାହୁ ଏବଂ ଅନନ୍ୟ ଵିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ
ଏହି ଦୁଃଖଦ ସମୟରେ ବିଧାୟକ ପରିବାର ସହ ଛିଡା ହୋଇଛନ୍ତି।