ବୀରମିତ୍ରପୁର ଟାଉନ ହଲ ଠାରେ ବିଧାୟକଙ୍କ ରେ ଜନ ଶୁଣାଣି ଅନୁଷ୍ଠିତ |
ବୀରମିତ୍ରପୁର ଟାଉନ ହଲ ଠାରେ ବିଧାୟକଙ୍କ ରେ ଜନ ଶୁଣାଣି ହୋଇଯାଇଛି। ଏଥିରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।
ଆଜି ମୋଟ ୨୪୧ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ। ୨୩୫ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୬ ଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୧୦ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଆବାସ ଯୋଜନା, ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା।
ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ବୀରମିତ୍ରପୁର ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ୟାଶିର ବିଲାଲ ଅହମଦ, ବୀରମିତ୍ରପୁର ଅତାରିକ ତହସିଲଦାର ଚନ୍ଦନ ମହାପାତ୍ର, ବୀରମିତ୍ରପୁର ସରକାର ଡାକ୍ତରଖାନା ର ପ୍ରିୟଙ୍କା ଦେହୁରୀ, ବିଧାୟକ ପ୍ରତିନିଧି ଶଶି ସାଗର, ନଗର ସଭାପତି କୁନା ଦେଓ ବିଧାୟକ ଙ୍କ ଆଇନଗତ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ବୀରମିତ୍ରପୁର ମୁନିସିପାଲିଟି ର ଉପାଧ୍ୟାକ୍ଷା ନିବେଦିତା ବାଗେ, ୱାର୍ଡ କାଉନସିଲର ନିର୍ମଳା କୁଜିର, ଜ୍ୟୋତି କେରକେଟା, କମଲେଶ ସିଂ, ବରିଷ୍ଠ ନାଗରିକ ଜଗଦୀଶ ଅଗ୍ରୱାଲ, ପ୍ରମୋଦ ବୁଡ଼ା, ଜାନୁ, ସାକିବ, ବଂଟି, ମାନସ, ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l
ବୀରମିତ୍ରପୁର ଠାରେ ପ୍ରଥମ ଥରେ ବିଧାୟକ ଙ୍କ ଜନ ଶୁଣାଣି ହାଇଥିବାରୁ ବିଧାୟକ ଙ୍କ ଜନ ସାଧାରଣ ମାନେ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି |