ପବିତ୍ର ଈଦ ମିଲାଦ-ଉନ-ନବୀ ଅବସରରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ଙ୍କ ଯୋଗଦାନ
ଆଜି ବୀରମିତ୍ରପୁର ଠାରେ 1501 ତମ ଈଦ ମିଲାଦ-ଉନ-ନବୀ ମହା ସମାରୋହରେ ମାନ୍ୟବର ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ ତିର୍କୀ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ।
ଶୋଭାଯାତ୍ରାରେ ସାମିଲ ହୋଇ ଭକ୍ତମାନଙ୍କୁ ଜିଲାପି ବଣ୍ଟନ କଲେ ଏବଂ ଶାନ୍ତି, ସଦଭାବ ଏବଂ ଭାଇଚାରାର ବାର୍ତ୍ତା ଦେଲେ।
ଏହି ଅବସରରେ ପୋଲିସ ପ୍ରଶାସନ ତରଫରୁ ସ୍ୱଦପ ବୀରମିତ୍ରପୁର ପୁଷ୍ପେନ୍ଦୁ ସାଗର , ଥାନା ପ୍ରଭାରି ରାମ ପ୍ରସାଦ ନାଗ, ପୌର ଅଧ୍ୟକ୍ଷା ସନ୍ଦୀପ ମିଶା, ଉପାଧ୍ୟାକ୍ଷା ନିବେଦିତା ବାଗେ, ୱାର୍ଡ କାଉନସିଲର କମଲେଶ ସିଂ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ବିଜେଡ଼ି ନଗର ସଭାପତି କୁନା ଦେଓ, ବିକ୍ରମ ପଟନାୟକ, ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଅଞ୍ଜୁମାନ ଇତ୍ତହାଦୁଲ ମୁସଲେମିନ ତରଫରୁ ଆୟୋଜନ କରା ଯାଇଥିଲା କମିଟିର ସଭାପତି ଏମଡି ଅକ୍ଷତର, ସମ୍ପାଦକ ଅବଦୁଲା ଖାଁ, ଏମଡି ନାଇଁମ, ଏମଡି ଇର୍ଷାଦ ଖାଁ, ଆବୁଲ ଖଇର, ଆଲମ, ଏମଡି ହେରା ,ଏମଡି ଏଜାଜ ଆଲମ, ତାହସୀନ ରାଜ଼ା, ସାକିବ ରାଜ଼ା, ଏମଡି ସାଜିଦ ଏବଂ ଅନନ୍ୟା ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଲ କରିଥିଲେ |