କେସିଙ୍ଗା: ବୋରିଆ ପାହାନ୍ତିଘାଟ ରାସ୍ତାରେ ଖାଲରେ ପଡ଼ି ଦବିଲା ସିମେଣ୍ଟ ବୋଝେଇ ଟ୍ରକ, ଯାତାୟାତ ବାଧାପ୍ରାପ୍ତ
କେସିଙ୍ଗା ବ୍ଲକ ବୋରିଆ ଗାଁ ପାହାନ୍ତିଘାଟ କୁ ଯିବା ରାସ୍ତାରେ ଆଜି ୧ ଟା ସମୟ ବେଳେ ଏକ ୧୦ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଯାଉଥିବା ସମୟରେ ଏକ ଖାଲରେ ପଡ଼ି ଦବି ଯାଇଥିବା ଜଣାପଡ଼ିଛି l ଏହି ରାସ୍ତା ଟି କଞ୍ଚା ରାସ୍ତା ରହିଥିବା ବେଳେ ବର୍ଷା ପାଣି ଯୋଗୁଁ ଓଦା ଅବସ୍ଥାରେ ରହିଛି l ଡ୍ରାଇଭରଙ୍କ ଅସାଵଧାନତା ଯୋଗୁଁ ଗାଡ଼ି ଟି ଏକ ଗାତରେ ପଡି ଫସି ରହିଛି l ଟ୍ରକଟି ଅଟକି ରହିଥିବା ହେତୁ ବର୍ତ୍ତମାନ ଏହି ରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି l ସିମେଣ୍ଟ ବୋଝେଇ ଟ୍ରକକୁ ଗାତରୁ କାଢ଼ିବା ପାଇଁ ଏକ J C B ମେସିନ ଆସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି l