Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କେସିଙ୍ଗା: ବୋରିଆ ପାହାନ୍ତିଘାଟ ରାସ୍ତାରେ ଖାଲରେ ପଡ଼ି ଦବିଲା ସିମେଣ୍ଟ ବୋଝେଇ ଟ୍ରକ, ଯାତାୟାତ ବାଧାପ୍ରାପ୍ତ

Kesinga, Kalahandi | Jul 16, 2025
କେସିଙ୍ଗା ବ୍ଲକ ବୋରିଆ ଗାଁ ପାହାନ୍ତିଘାଟ କୁ ଯିବା ରାସ୍ତାରେ ଆଜି ୧ ଟା ସମୟ ବେଳେ ଏକ ୧୦ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଯାଉଥିବା ସମୟରେ ଏକ ଖାଲରେ ପଡ଼ି ଦବି ଯାଇଥିବା ଜଣାପଡ଼ିଛି l ଏହି ରାସ୍ତା ଟି କଞ୍ଚା ରାସ୍ତା ରହିଥିବା ବେଳେ ବର୍ଷା ପାଣି ଯୋଗୁଁ ଓଦା ଅବସ୍ଥାରେ ରହିଛି l ଡ୍ରାଇଭରଙ୍କ ଅସାଵଧାନତା ଯୋଗୁଁ ଗାଡ଼ି ଟି ଏକ ଗାତରେ ପଡି ଫସି ରହିଛି l ଟ୍ରକଟି ଅଟକି ରହିଥିବା ହେତୁ ବର୍ତ୍ତମାନ ଏହି ରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି l ସିମେଣ୍ଟ ବୋଝେଇ ଟ୍ରକକୁ ଗାତରୁ କାଢ଼ିବା ପାଇଁ ଏକ J C B ମେସିନ ଆସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି l