କେସିଙ୍ଗା: ଶ୍ରାବଣ ପ୍ରଥମ ସୋମବାରରେ ବ୍ଲକର ବିଭିନ୍ନ ଶିବାଳୟରେ ଭକ୍ତଙ୍କ ଭିଡ଼
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କେସିଙ୍ଗା ବ୍ଲକର ଡଙ୍ଗରମୂର୍ଲ୍ଲୀ, ଗୁର୍ଜିମୁଣ୍ଡା,ପଥର୍ଲା, ଚିଚର୍ଲା, ପଲକାପଡା,କେସିଙ୍ଗା, ତହଁସିର,ବେଳଖଣ୍ଡି ଏବଂ ଆହୁରି ଅନେକ ଶିବାଳୟ ମାନଙ୍କରେ ଭୋର ୪ ଟା ରୁ କାଉଡ଼ିଆ ମାନେ ତଥା ଆଖପାଖ ଅଞ୍ଚଳର ଲୋକେ ମନ୍ଦିରକୁ ଯାଇ ମହାଦେବଙ୍କ ଠାରେ ପୂଜାର୍ଚ୍ଚନା କରି ନିଜନିଜ ମନସ୍କାମନା ପୂରଣ ପାଇଁ ଜଳ ଢ଼ାଳିଥିଲେ l ଏଥିରେ କୌଣସି ଭକ୍ତ ମାନଙ୍କୁ ଯେମିତି କିଛି ଅସୁବିଧା ନହେବ ସେଦିଗରେ ମନ୍ଦିର କମିଟି ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି l ଆଜି ପ୍ରଥମ ଶ୍ରାବଣ ସୋମବାର ହେତୁ ମନ୍ଦିର ମାନଙ୍କରେ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ