ବିଦ୍ୟୁତ୍ ନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷାରେ ଡାଇଲିସିସ୍ ରୋଗୀ ହନ୍ତ ସନ୍ତ ହେଉଥିବା ବେଳେ ଖବର ପାଇଁ ମେଡିକାଲ ରେ ପଂହଁଚିଲା ମୁକ୍ତି ସଂଗଠନ !!
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାଇଲିସିସ୍ ସେଣ୍ଟରରେ ବିଦ୍ୟୁତ୍ ସମସ୍ୟାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ। ଅଭିଯୋଗ ଅନୁସାରେ, ବିଦ୍ୟୁତ୍ ଲାଇନ୍ ନଥିବାରୁ ଡାଇଲିସିସ୍ ସେବା ବାଧାପ୍ରାପ୍ତ ହୋଇ ରୋଗୀମାନେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି। ଜରୁରୀ ଚିକିତ୍ସା ସେବା ହୋଇଥିବାରୁ ତୁରନ୍ତ ବିଦ୍ୟୁତ୍ ବ୍ୟବସ୍ଥା ସ୍ୱାଭାବିକ କରି ଡାଇଲିସିସ୍ ସେବା ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ସହ ଆଲୋଚନା କଲେ ମୁକ୍ତି ସଂଗଠନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ମହାନ୍ତି !!