ପାଟଣା: ସରାସକୋଲା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଶିଶୁକନ୍ୟା ମୃତ
ବିଷାକ୍ତ ସାପ କାମୁଡାରେ ଚାଲିଗଲା ୮ ବର୍ଷର ଶିଶୁ କନ୍ୟା ର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟଣା ଥାନା ସରାସକୋଲା ଗ୍ରାମରେ। ଶିଶୁକନ୍ୟା ଟି ରାତି ରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ଜାଣିବା ପରେ ଶିଶୁକନ୍ୟା ଟିକୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ପୂର୍ବରୁ ଶିଶୁକନ୍ୟା ଙ୍କ ପିତା ପପୁ ନାଏକ ମୃତ୍ୟୁ ଘଟିଥିବା ବେଳେ ମା ଚନ୍ଦ୍ରୀକା ନାଏକ ନିଜ ବାପଘର ସରସକୋଲା ଗ୍ରାମରେ ଝିଅ ରାଣୀ ସହିତ ରହୁଥିଲେ।