ବୌଦ୍ଧ ସଦର: ବୁଟୁପାଲି ଠାରେ ୯ ଦିନ ଧରି ଚାଲିଥିବା ନବାହ ପାରାୟଣ ଉଦଯାପିତ, ଯୋଗଦେଲେ ସହସ୍ରାଧିକ ଶ୍ରଦ୍ଧାଳୁ
ବୁଧବାର ବୁଟୁପାଲି ଠାରେ ୯ ଦିନ ଧରି ଚାଲିଥିବା ନବାହ ପାରାୟଣ ଉଦଯାପିତ ହୋଇଯାଇଛି l ଆଜି ଉଦଯାପନି ଦିବସରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ | ସୁନାମଧନ୍ୟ ପୁରାଣ ଗାୟକ ଲୋକନାଥ ପଣ୍ଡା ବ୍ୟାସ ଭାବରେ ନବାହ ପାରାୟଣ ପଠନ କରିଥିଲେ | ପୂଜକ ଭାବରେ ଅରୁଣ କୁମାର ପାଢୀ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ l ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଉକ୍ତ ପାରାୟଣ କାର୍ଯ୍ୟକ୍ରମରେ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରାମ କଥା ଶ୍ରବଣ କରିଥିଲେ |