Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ପଲ୍ଲୀ ରୁ ଦିଲ୍ଲୀ ଆଉ ତା ପରେ ବିଦେଶ ଯାଇ ଓଡିଶା ପାଇଁ ଗୌରବ ଆଣିଛନ୍ତି କୀଟ କିସ ଆଦିବାସୀ ଛାତ୍ରଛାତ୍ରୀ।ସାନ୍ତାଳୀ ଭାଷାରେ ଶେକ୍ସପିୟରଙ୍କ ନାଟକ ବିଶ୍ୱ ମଞ୍ଚରେ ପରିବେଷଣ କରିଛନ୍ତି । ଆଦିବାସୀ ଭାଷା ଓ ସଂସ୍କୃତି ପାଇଁ ଏକ ଗୌରବମୟ ଅଧ୍ୟାୟ। KIIT ଓ KISS ର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ୨୦୨୬ ମସିହାର World Shakespeare Festival ରେ ଯୋଗଦେବା ପାଇଁ ରୋମାନିଆ ଗସ୍ତ କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ଅରିଙ୍ଗି ଗାଁ ର ସୁନା ପୁଅ ଅନନ୍ତ ଆଂଗ୍ରା ଏବଂ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତର ସୁନା ଝିଅ ରଶ୍ମିତା ତାମରାବି ଏହି ନାଟକ ରେ ଭାଗ ନେଇ ଆମ ମାଲକାନଗିରି ଜିଲ୍ଲାର ଗୌରବ ଆଣିଛନ୍ତି। ଏହି ଉପସ୍ଥାପନା ମାଧ୍ୟମରେ ଭାରତର ଆଦିବାସୀ ଭାଷା ଓ ସାଂସ୍କୃତିକ ଐତିହ୍ୟ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଭାରତକୁ ଫେରିବା ପରେ ସେମାନେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ସାନ୍ତାଳୀ ଭାଷାର ସ୍ୱୀକୃତିର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ପଦକ୍ଷେପର ବିଶେଷ ସାଂସ୍କୃତିକ ଗୁରୁତ୍ୱ ରହିଛି। ଏହା କେବଳ ସାନ୍ତାଳୀ ଭାଷା ନୁହେଁ, ବରଂ ସମଗ୍ର ଭାରତୀୟ ଆଦିବାସୀ ସମାଜ ପାଇଁ ଏକ ଗୌରବମୟ ସଫଳତା । ଏହି ସଫଳତାର ଶ୍ରେୟ କିସ କୀଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ଶ୍ରେୟ ଦେଇଛନ୍ତି ଛାତ୍ରଛାତ୍ରୀ। ତାଙ୍କର ଦୂରଦୃଷ୍ଟି, ସମର୍ପଣ ଓ ଶିକ୍ଷା ସେବା ଆଜି ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିବାର ସୁଯୋଗ ଦେଇଛି । ଆଜି ମାଲକାନଗିରି ଜିଲ୍ଲାର ମାଥିଲି ସଦର ମହକୁମା ରେ ଅପରାହ୍ନ 5 ଟାରେ ପହଞ୍ଚିଥିଲେ। ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମକର୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ମାଥିଲି କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା। ଗସ୍ତ ଅବସରରେ KIIT ଓ KISS ର ଛାତ୍ରଛାତ୍ରୀମାନଙ୍କୁ ମାଥିଲି ବ୍ଲକ ସଦର ମହକୁମା ରେ ଥିବା ଶହୀଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀ ଛକ ନିକଟରେ ମଧ୍ୟ ଗାନ୍ଧୀ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି।ସହର ମଧ୍ୟରେ ପାରମ୍ପରିକ ବାଜା ର ତାଳେତାଳେ ନାଟକ ରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମନଭରି ନାଚି ନାଚି ସହର ପରିକ୍ରମା କରିଥିଲେ।ତାଙ୍କ ସହ ଗପବନ୍ଧୁ ଡିଗ୍ରି କଲେଜ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟକ୍ଷା,,ଅତିଥି ଏବଂ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସୁନ୍ଦର କାର୍ଯ୍ୟକ୍ରମ କୁ ଆହୁରି ଦ୍ବିଗୁଣିତ କରିଥିଲେ।ଶେଷରେ ମାଥିଲି କଲେଜ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ S.ସତ୍ୟ ନାରାୟଣ ରାଓ, ଜଳନ୍ଧର ନାୟକ, ବନମାଳୀ ବରଜା, ଗପବନ୍ଧୁ ଡିଗ୍ରୀ କଲେଜ ପ୍ରିନ୍ସପାଲ ନମିତା ମହାନ୍ତି, କିସ ଅଭିବାବକ ସଂଘ ସଭାପତି ସୁବାସ ହାଲୱା,ସମ୍ପାଦକ ନରସିଂହ ନାୟକ,ରାମଚନ୍ଦ୍ର ମାଛ, ବିଶ୍ୱନାଥ ବାରିକ,କିସ ଜିଲ୍ଲା ବରିଷ୍ଠ ସଂଯୋଜକ ରମ୍ୟ ରଞ୍ଜନ ପରିଡା, ସହ ସଂଯୋଜକ ଉତ୍ତମ ସାହା, କଳିଙ୍ଗ ଟିଭି ପ୍ରତିନିଧି ପ୍ରସାଦ ନାୟକ।

Malkangiri, Malkangiri | Jun 12, 2026

MORE NEWS