ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ୩୦ ତମ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ
ରାକ୍ଷୀ ପୂର୍ଣ୍ଣିମା ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଓ ଇକୋ କ୍ଲବ୍ର ମିଳିତ ଆନୁକୂଲ୍ୟରେ ୩୦ ତମ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ କ୍ଷୁଦ୍ର ଜଙ୍ଗଲରେ ବୃକ୍ଷ ପୂଜନ କରିବା ସହ ହାତତିଆରି ବଡ଼ ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଅତିଥି ଭାବେ ବରିଷ୍ଠ ଓକିଲ ତଥା ପରିବେଶବିତ୍ ସୁଧୀର କୁମାର କର୍ଣ୍ଣ, ଶିକ୍ଷାବିତ୍ ପ୍ରାଣବନ୍ଧୁ ମହାପାତ୍ର, ସମୀର ସାହୁ ଓ ଅଧ୍ୟାପକ ସଦାନନ୍ଦ ମାହାର ଗଛରେ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।
ଉଦ୍ଭିଦ ବିଜ୍ଞାନ ଓ NCC ର ଛାତ୍ରଛାତ୍ରୀମାନେ ସମସ୍ତ ଗଛରେ ରାକ୍ଷୀ ବାନ୍ଧିଥିବା ବେଳେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ପ୍ରଜ୍ଞାଶ୍ରୀ ମଧୁଭାସିନୀ ସୁନ୍ଦର ସଙ୍ଗୀତ ଗାନ କରିଥିଲେ।
ଉପସ୍ଥିତ ସମସ୍ତ ଅତିଥି ଓ ସାମ୍ବାଦିକମାନଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରମୁଖ ଡ଼ଃ ପ୍ରବୀର କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୯୬ରୁ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ଭାବେ ଚାଲିଆସୁଛି। ୨୦୨୧ ମସିହାରେ ଏହି ବୃହତ୍ତମ ରାକ୍ଷୀ ପାଇଁ ବିଶ୍ୱ ରେକର୍ଡ ମାନ୍ୟତା ମଧ୍ୟ ମିଳିସାରିଛି।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ନିରୁପମା ପ୍ରଧାନ, ପାର୍ଥ ସାରଥୀ ମିଶ୍ର, ପ୍ରମୋଦ ସାହୁ ଓ ସୁବାସ ବେହେରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।
#Boudh #TreeRakshaBandhan #EcoClub #BoudhCollege #EnvironmentProtection #BoudhNews #Odisha