ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଉଁଶୁଣୀରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦକ ଶ୍ରୀଯୁକ୍ତ ସୁନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସେବକ ଶ୍ରୀଯୁକ୍ତ ଗୋବିନ୍ଦ ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦଶରଥ ମେହେର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହୃଦୟରଞ୍ଜନ ଖମାରୀ ଓ ସମିତି ସଦସ୍ୟ ଶ୍ରୀଯୁକ୍ତ ଉତ୍ତମ ନାଏକ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୟାବାନ ରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ଭାଇଭଉଣୀମାନେ ପରସ୍ପରକୁ ଏବଂ ଅତିଥିମାନଙ୍କୁ ରାଖୀ ବାନ୍ଧିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ଲଲିତା ଠାକୁର ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହରିହର ହାତୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
#RakshaBandhan #BoudhNews #Baunsuni #SaraswatiShishuVidyaMandir #FestivalCelebration