ସମ୍ବଲପୁର ମ୍ୟୁନିସିପାଲଟି: କମିସନର କଲୋନୀ କ୍ରିକେଟ କ୍ଲବ ପଡ଼ିଆରେ ଆନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତା ଉଦଘାଟିତ
ସମ୍ବଲପୁର ସହରର କମିସନର କଲୋନୀ କ୍ରିକେଟ କ୍ଲବ ପଡ଼ିଆରେ ଆନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତା ଆଜି ଦିନ ଉଦଘାଟିତ ହୋଇଯାଇଛି। ଏହାକୁ ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଦୁଲାଲ ଚନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ବଲପୁର ସହରର ଗୋଲ୍ଡେନ ଇଗଲ କ୍ରିକେଟ କ୍ଲବ ସମ୍ବଲପୁର ପକ୍ଷରୁ ଏହି ଗୋଲ୍ଡେନ କପ୍ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ଦେଗଗଡ଼ ,ସୁନ୍ଦରଗଡ଼ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ମୋଟ 16 ଗୋଟି କ୍ରିକେଟ ଦଳ ଅଂଶଗ୍ରହଣ କରିଛନ୍ତି।