ସମ୍ବଲପୁର ମ୍ୟୁନିସିପାଲଟି: ଚାରଭାଟି ଛକକୁ ସୁବ୍ୟବସ୍ଥିତ କରିବାକୁ ଦାବି କଲେ କୁଲୁଥକାନି ବାସିନ୍ଦା #jansamasya
ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଛକ ଭାବରେ ପରିଚିତ ଚାରଭାଟି ଛକ ପାଇଁ ବର୍ତ୍ତମାନ ଦୁର୍ଦ୍ଦଶା କୁଲୁଥକାନି ଅଞ୍ଚଳବାସି ଭୋଗୁଛନ୍ତି। କାହିଁକି ନାଁ କୁଲୁଥକାନି ଅଞ୍ଚଳରେ ରହୁଥିବା ଶତାଧିକ ଲୋକଙ୍କ ସହର ମଧ୍ୟକୁ ଯିବାକୁ ଚାରଭାଟି ଛକ ଏକମାତ୍ର ପ୍ରମୁଖ ରାସ୍ତା ଥିବା ବେଳେ ବର୍ତ୍ତମାନ ଏହି ଛକର ଅବସ୍ଥା ପାଇଁ ବର୍ତ୍ତମାନ କୁଲୁଥକାନି ବାସିନ୍ଦା ଦୁର୍ଦ୍ଦଶା ଭୋଗୁଛନ୍ତି।ଏନେଇ ଆଜି ରାତିରେ କୁଲୁଥକାନି ବାସିନ୍ଦା ଚାରଭାଟି ଛକରେ ଲୋକଙ୍କ ସୁଗମ ଯାତାୟାତ ପାଇଁ ଚାରବାଟି ଛକକୁ ସୁବ୍ୟବସ୍ଥିତ କରିବାକୁ ନେଇ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପଦକ୍ଷେପ ନେବାକୁ ଦାବି କରିଛନ୍ତି।