ସମ୍ବଲପୁର ମ୍ୟୁନିସିପାଲଟି: ଗୋବିନ୍ଦତୋଲା ସ୍ଥିତ ଷ୍ପୋଟିଙ୍ଗ ୟୁନିୟନ କ୍ରିକେଟ କ୍ଲବର ଏକ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କୁ କଲେ ସାକ୍ଷାତ
ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ କ୍ରିକେଟ କ୍ଲବ୍ ଭାବରେ ପରିଚିତ ସମ୍ବଲପୁର ଗୋବିନ୍ଦତୋଲା ସ୍ଥିତ ଷ୍ପୋଟିଙ୍ଗ ୟୁନିୟନ କ୍ରିକେଟ କ୍ଲବର ଏକ ପ୍ରତିନିଧି ଦଳ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରିଛନ୍ତି। ନିକଟରେ କ୍ଲବ ପକ୍ଷରୁ ବେଶ ସଫଳତାର ସହିତ ଦିନବନ୍ଧୁ ଗୋସ୍ୱାମୀ ସର୍ବଭାରତୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରିବାପରେ ଏନେଇ କ୍ଲବ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସହ ସାକ୍ଷାତ କରାଯାଇଥିବା ନେଇ ସୁଚନା ମିଳିଛି।