ସମ୍ବଲପୁର ମ୍ୟୁନିସିପାଲଟି: ସୁଭଦ୍ରା ଶକ୍ତି ମେଳା ୨୦୨୫ ନେଇ ଭିଡିଓ ବାର୍ତ୍ତା ଦେଲେ ଜିଲ୍ଲାପାଳ,ଗଣମାଧ୍ୟମକୁ ସୁଚନା ଦେଲେ ଡିଆଇପିଆରଓ
ପିଏଚଡ଼ି ପଡ଼ିଆରେ ହେବାକୁ ଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫ ନେଇ ଭିଡିଓ ବାର୍ତ୍ତା ଦେଲେ ଜିଲ୍ଲାପାଳ ଆଜି ଏନେଇ ଗଣମାଧ୍ୟମକୁ ସୁଚନା ଦେଲେ ଡିଆଇପିଆରଓ। ଆଜିଠୁ ରୁ ୧୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ର ଅଇଁଠାପାଲି ପିଏଚଡି ପଡ଼ିଆରେ ସୁଭଦ୍ରା ଶକ୍ତି ମେଳା” ଆୟୋଜନ ନେଇ ଜିଲ୍ଲାପାଳ କହିଛନ୍ତି ଯେ ଏଥିରେ ଓଡିଶାର ସମସ୍ତ ଜିଲ୍ଲା ରୁ ମହିଳା ସୟଂ ସହାୟକ ଗୋଷ୍ଠୀ / ଉତ୍ପାଦକ ଗୋଷ୍ଠୀ, ବୁଣାକାର, କାରିଗର ଓ ଶିଳ୍ପୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ,ହସ୍ତଶିଳ୍ପ ଓ କଳାକୃତି, ମିଲେଟ, ଅର୍ଗାନିକ ଉତ୍ପାଦ ଓ ପାରମ୍ପରିକ ସୁସ୍ବାଦୁ ଖାଦ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ କରାଯିବ ।