ମହୁଲପାଲି: ପାରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ମାଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାମରା ବ୍ଲକ କେସାଇବାହାଲ ପଞ୍ଚାୟତ ଅନ୍ତର୍ଗତ ପାରିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମାଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ କରା ଅନୁଷ୍ଠିତ ହୋଇଯାଇଛି। ଫୋର୍ ଏସ ଆନିମେଟର ତଥା ସମ୍ବାଦ ସାହିତ୍ୟ ଘର ର ଯୁଗ୍ମ ସମ୍ପାଦିକା ପଦ୍ମିନୀ ବଙ୍କରାଙ୍କ ତତ୍ୱାବଧାନରେ ସୋମବାର ଦିନ ୨ ଟାରୁ ସନ୍ଧ୍ୟା ୫ ଟା ମଧ୍ୟରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୋର୍ ଏସ ପାଟନର ଆସୁନ୍ତା କର୍କେଟା ଯୋଗ ଦେଇ ବୃକ୍ଷର ଉପକାରିତା ନେଇ ମତ ବ୍ୟକ୍ତ କରିଥିଲେ।