ରେଢାଖୋଲ: ଜାମଟାଲ ଗାଁ ସ୍ଥିତ ମହାକାଳ ମନ୍ଦିର ସମ୍ମୁଖରେ ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର
ଯୁଯୋମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଜାମଟାଲ ଗାଁ ସ୍ଥିତ ମହାକାଳ ମନ୍ଦିର ସମ୍ମୁଖରେ ଆଜି ରାତି ପ୍ରାୟ ସାଢେ ନଅଟାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ ବାଇକ ଚାଳକ ଜଣକ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସଦର ଡାକ୍ତରଖାନାକୁ ଆଣି ଚିକିତ୍ସାଧୀନ ରଖୁଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ଚାଳକଙ୍କ କୌଣସି ପରିଚୟ ମିଳିନଥିବା ସହ ଦୁର୍ଘଟଣାର କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।