ବାରିପଦା ସଦର: ଜାତୀୟ ବାନ୍ଦନା ପରବ-2026: ଆଗୁଆଡ଼ରେ ଶୁଭ ଖୁଣ୍ଟ ସ୍ଥାପନ, ଜମିଲା କୁଡ଼ୁମୀ ସମାଜର ଭିଡ଼
ଜାତୀୟ ବାନ୍ଦନା ପରବ-2026 ପାଇଁ ଆଗୁଆଡ଼ ପଡ଼ିଆରେ ଶୁଭ ଖୁଣ୍ଟ ପୂଜା ଓ ସ୍ଥାପନ ସମ୍ପନ୍ନ। କୁଡ଼ୁମୀ ସମ୍ପ୍ରଦାୟର ହଜାର ହଜାର ଭାଇଭଉଣୀଙ୍କ ଉପସ୍ଥିତିରେ ଝୁମର ନୃତ୍ୟରେ ମୁଖରିତ ହେଲା ଆଗୁଆଡ଼ ଗ୍ରାମ। ଆସନ୍ତା ନଭେମ୍ବର 11 ରୁ 13 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହାପର୍ବ।