ଉଦଳା: ମୟୂରଭଞ୍ଜ ହଷ୍ଟେଲ ଅବ୍ୟବସ୍ଥା: ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମାନବାଧିକାର କମିଶନ
ମୟୂରଭଞ୍ଜ ବିସିପୁର ପିଏମ୍ ଶ୍ରୀ ହାଇସ୍କୁଲ ହଷ୍ଟେଲରେ ପୋକରା ଚାଉଳ ଓ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଚାଲି ଚାଲି ଯିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ଡିସେମ୍ବର 21 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।