#ବାରିପଦା_ରାବଣ_ପୋଡ଼ିରେ_ଅଜବ_ଦୃଶ୍ୟ.....
#ଗଣ୍ଡି ଜଳିଗଲା ହେଲେ ରହିଗଲା ମୁଣ୍ଡ!.....
ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହେଉଛି ରାବଣ ପୋଡ଼ି। ତେବେ ବାରିପଦାରେ ରାବଣ ପୋଡ଼ି ସମୟରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ରାବଣର ଗଣ୍ଡି ଜଳିଗଲା, ହେଲେ ଜଳିଲା ନାହିଁ ମୁଣ୍ଡ। ଯେଉଁ ଦୃଶ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଉଥିବା ବେଳେ, ବାରିପଦାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ରାବଣ ପୋଡ଼ି ପାଇଁ ପ୍ରସ୍ତୁତ ହୋଇଥିବା ବିଶାଳ ରାବଣ ପ୍ରତିକୃତିର ଗଣ୍ଡି ଜଳିଯାଇଥିବା ବେଳେ ମୁଣ୍ଡଟି ନ ଜଳି ରହିଯାଇଥିବା ଦେଖିବାକୁ ମିଳିଛି।ପ୍ରତିବର୍ଷ ରାବଣ ପୋଡ଼ି ମାଧ୍ୟମରେ ଅହଂକାର, ଅନ୍ୟାୟ ଓ ଅଧର୍ମର ପରାଜୟର ବାର୍ତ୍ତା ଦିଆଯାଏ। କିନ୍ତୁ ଏଥର ବାରିପଦାରେ ରାବଣର ଗଣ୍ଡି ଜଳିଯିବା ପରେ ମୁଣ୍ଡ ରହିଯିବା ଘଟଣା ଉତ୍ସବର ଏକ ଚର୍ଚ୍ଚିତ ଦୃଶ୍ୟ ପାଲଟିଛି।ତେବେ ଚଳିତ ବର୍ଷ କେଉଁ କାରଣରୁ ରାବଣର ମୁଣ୍ଡ ଜଳିଲା ନାହିଁ,ଏହା ନିର୍ମାଣ କିମ୍ବା ଦହନ ପ୍ରକ୍ରିୟା ପଛରେ କୌଣସି କାରଣ ରହିଛି କି ନାହିଁ,ତାହା ଜଣାପଡ଼ିବା ବାକି ରହିଛି।।।।।
#Baripada #Mayurbhanj
Baripada Town, Mayurbhanj | Oct 23, 2026