ରାୟଗଡା: ଗଜପତି: ମହେନ୍ଦ୍ର ତନୟା ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଜିରାଙ୍ଗ ଗ୍ରାମର ମହେନ୍ଦ୍ର ତନୟା ନଦୀରେ ଗାଧୋଇବା ବେଳେ ଏକଷଠି ବର୍ଷୀୟ ପିତାମ୍ବର ବାରିକ ସାହୁ ନିଖୋଜ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ନଦୀରେ ପ୍ରଖର ସ୍ରୋତ ଥିବାରୁ ସେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।