**ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ**
ପୂର୍ବତନ ସାଂସଦଙ୍କ ଗଭୀର ଶୋକ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ରଞ୍ଜାଗୋଳ ଗ୍ରାମର ଗୌର ଦେହୁରୀ ଙ୍କ ସ୍ତ୍ରୀ ମନୀଷା ଦେହୁରୀ(45),ଓ ବିଭୁତି ଦେହୁରୀ ଙ୍କ ସ୍ତ୍ରୀ ରଞ୍ଜୁ ଦେହୁରୀ (47) ଭୋରୁ ଘର ଅଗଣାକୁ ଆସିଥିବାବେଳେ ପୂର୍ବ ରାତି ମେଘପବନ ରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିବାରୁ ପ୍ରଥମେ ରଞ୍ଜୁ ଦେହୁରୀ ଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ଚିତ୍କାର କରିବାରୁ ମନୀଷା ତାଙ୍କୁ ଉଦ୍ଧାର କରିବାକୁ ଯାଇ ଉଭୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତେବେ ପରିବାର ଲୋକେ ପ୍ରଥମେ ଖଜୁରିଆକଟା ପରେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ଆଣିବାରୁ ଡାକ୍ତର ଉଭୟ ଙ୍କୁ ଆଣିବାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ