ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ ଉଦ୍ଘାଟିତ
ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଆୟୋଜିତ ହେଲା ଜାତୀୟ ସ୍ତରର ସାମୁଦ୍ରିକ ସୁରକ୍ଷା ବୈଠକ
ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି
ବ୍ୟାପକ ପ୍ରଗତିର ପ୍ରବେଶ ପଥ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର
୨୪ ଜୁନ୍ ୨୦୨୬
ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଡୋ-ପାସିଫିକ୍ ଶତାବ୍ଦୀ । ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥା ବା Cooperative Federalism ପ୍ରତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ ଇକୋନୋମି (Blue Economy) ହେଉଛି ଆମର ମହତ୍ତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏଗୁଡ଼ିକର ସୁରକ୍ଷା କେବଳ ଦେଶର ସୁରକ୍ଷା ପାଇଁ ଜରୁରୀ ନୁହେଁ, ବରଂ ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ଆଜିର ସମୟରେ ସାମୁଦ୍ରିକ ସୁରକ୍ଷା କେବଳ ପାରମ୍ପରିକ ଆଇନ-ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ, ବରଂ ଏଥିରେ ଜଟିଳ ଭିତ୍ତିଭୂମିର ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ଉପରେ ଆମର ସଚେତନତା, ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଭଳି ଅନେକ ଆହ୍ୱାନ ସାମିଲ ରହିଛି।
ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ସମୁଦ୍ର ପଥରେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବ୍ୟାପାର ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି। ବର୍ତ୍ତମାନ ଭାରତର ସାମୁଦ୍ରିକ ବିକାଶ ଗାଥାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୀତିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।
ଭାରତ ସରକାରଙ୍କ ‘ସାଗର’ (SAGAR