ଭୁବନେଶ୍ଵର -(ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ) ଧଉଳି ଥାନା ଲିଙ୍ଗିପୁର ଛକ ନିକଟରେ ଏକ କୋଠା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତ ତିରୁଣା ଝଞଳିଆ ଗ୍ରାମର ସୁବ୍ରତ ଭୋଇ। ପରିବାରକୁ କ୍ଷତି ପୂରଣ ଦାବିରେ ଶବ ରଖି ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ବିକ୍ଷୋଭ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ପୋଲିସ ମୂତୟନ ଥିବା ବେଳେ ଘର ମାଲିକ ଓ ସୁପରଭାଇଜର ଫେରାର ଅଛନ୍ତି। କୋଣାର୍କ ଖବର।
CMO Odisha Prabhati Parida Mohan Charan Majhi
Konark, Puri | Aug 23, 2026