ପାଟଣା: ଭାଲୁପାହାଡି ଗ୍ରାମରେ ଯୁବକ ଙ୍କ ଆକସ୍ମିକ ମୃତ୍ୟୁ, ଶବ ବ୍ୟବଚ୍ଛେଦ କରାଇଲା ପୋଲିସ
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭାଲୁପାହାଡି ଗ୍ରାମରେ ଆଜି ଜଣେ ଯୁବକ ର ଆକସ୍ମିକ ମୃତ୍ୟୁ ଘଟିଛି। ମୃତ ଯୁବକ ଗ୍ରାମର ବିଜୟ ମହାନ୍ତ ବୋଲି ଜଣାପଡିଛି। ସେ ଆଜି ମଧ୍ୟାହ୍ନ ରେ ଘରେ ଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ସେଠାରେ ରିସିଭ୍ ଡେଥ ଘୋଷଣା କହିଥିଲେ। ଏନେଇ ତୁରୁମୁଙ୍ଗା ଥାନା ରେ ୧୦/୨୦୨୪ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ କେନ୍ଦୁଝର ରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।