ସମ୍ବଲପୁର ମ୍ୟୁନିସିପାଲଟି: ବଡମୁଣ୍ଡାଲୋଇ ସରକାରୀ ହାଇସ୍କୁଲର ଅବ୍ୟବସ୍ଥା ନେଇ ପରିଚାଳନା କମିଟିର ସଭ୍ୟ ହେଲେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ
ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ବଡମୁଣ୍ଡାଲୋଇ ସରକାରୀ ହାଇସ୍କୁଲର ଅବ୍ୟବସ୍ଥା ନେଇ ପରିଚାଳନା କମିଟିର ସଭ୍ୟ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ କୁହାଯାଇଛି ଯେ ହାଇସ୍କୁଲର ପ୍ରଧାନ ଶିକ୍ଷକ କାର୍ଯ୍ୟର ଅବହେଳା କରିବାସହ ପାଠପଢ଼ାରେ ମଧ୍ୟ ଅବହେଳା ପ୍ରଦର୍ଶନ କରୁଛନ୍ତି। ଏନେଇ ବାରମ୍ଵାର କହିବା ପରେ ବି ପରିସ୍ଥିତିରେ ସୁଧାର ଆସିନାହିଁ। ଏଣୁ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରିଯାଇଛି।