ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନାରେ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଗଣ୍ଡା ସମାଜ କଲ୍ୟାଣ ପରିଷଦର ପ୍ରତିନିଧି ଦଳ
ଆଜି ରାତିରେ ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ପକ୍ଷରୁ ଏକ ପ୍ରତିନିଧି ଦଳ ବୁର୍ଲା ଥାନାରେ ନୂତନ କରି କାର୍ଯ୍ୟରେ ଯୋଗଦାନ କରିଥିବା ଥାନା ଅଧିକାରୀ ସୋମ୍ୟକାନ୍ତ ବଲିଆରସିଂଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଗଣ୍ଡା ସମାଜ କଲ୍ୟାଣ ପରିଷଦ ବୁର୍ଲା ପକ୍ଷରୁ ସଭାପତି ଅଜିତ ମହାନନ୍ଦଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ରାମ ଶାସନୀ,ଉପସଭାପତି ତ୍ରୀନାଥ ମହାନନ୍ଦ, ସାଂଗଠନିକ ସମ୍ପାଦକ ବାବା ବାଗ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ଥାନା ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦିଆଯିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।