ସମ୍ବଲପୁର ମ୍ୟୁନିସିପାଲଟି: ଭବ୍ୟ ରାମ ନବମୀ ମହୋତ୍ସବ ପାଳନ ନେଇ ବୃକ୍ସିଲ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ବୃକ୍ସିଲ ସ୍ଥିତ ଶ୍ରୀ ରାମ ମନ୍ଦିର ଠାରେ ରାତିରେ ପୂର୍ବତନ ନଗରପାଳ ତଥା ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ଆବାହକତ୍ୱ ତଥା ସଭାପତିତ୍ବରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଅପ୍ରେଲ ୬ ତାରିଖ ଦିନ ରାମ ନବମୀକୁ ଭବ୍ୟତା ଓ ଦିବ୍ୟତା ସହିତ ସମ୍ବଲପୁର ସହରରେ ପାଳନ କରିବା ଉଦ୍ଦେଶ୍ୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଶତାଧିକ ସନାତନି ହିନ୍ଦୁ ତଥା ରାମ ଭକ୍ତଙ୍କ ଯୋଗଦାନ ରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି।