IPLରୁ ଧୋନିଙ୍କ ଅବସର, ଏଣିକି CSKର ମେଣ୍ଟର ଭୂମିକାରେ ନଜର ଆସିବେ
ଚେନ୍ନାଇ: IPL କ୍ରିକେଟ୍ରୁ ବିଦାୟ ନେଲେ ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂ ଧୋନି। ୨୦୨୭ IPL ସିଜିନ୍ରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ମେଣ୍ଟର ଦାୟିତ୍ୱ ତୁଲାଇବେ ଧୋନି। ଏନେଇ ଫ୍ରାଞ୍ଚାଇଜ୍ ପକ୍ଷରୁ ଘୋଷଣା କରାଯାଇଛି।
୨୦୦୮ରୁ IPL ଯାତ୍ରା ଆରମ୍ଭ କରିଥିବା ଧୋନି ନିଜ ନେତୃତ୍ୱରେ CSKକୁ ୫ ଥର ଚାମ୍ପିୟନ୍ କରାଇଛନ୍ତି। ଦୀର୍ଘ ୧୮ ବର୍ଷର ଖେଳାଳି ଜୀବନରେ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ। ଏବେ ପଡ଼ିଆରେ ଖେଳାଳି ଭାବେ ନୁହେଁ, ବରଂ ମେଣ୍ଟର ଭାବେ ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରିବେ 'କ୍ୟାପଟେନ୍ କୁଲ୍'।