ଅଭିଯୋଗକାରୀ ଧରଣୀ ହରିଚନ୍ଦନ, ଡ୍ରାଇଭରଙ୍କୁ ସାଥିରେ ନେଇ ନିଜ କାର ଯୋଗେ ଅନୁଗୁଳରୁ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମ ଆରଆଇ ଅଫିସକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ଲାଗି ଆସିଥିଲେ । ସେ ଆରଆଇ ଅଫିସ ଭିତରେ ଥିବା ବେଳେ ତିନି ଅଭିଯୁକ୍ତ ଦୁଇଟି ମୋଟରସାଇକେଲ ଯୋଗେ ଆସି ଆରଆଇ ଅଫିସ ଭିତରେ ଜୋରଜବରଦସ୍ତ ପଶି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବା ଲାଗି ଧମକ ଦେଇଥିଲେ ଏବଂ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ଘରେ ବନ୍ଦ କରି ରଖିବା ସହିତ ତାଙ୍କ ଗୋଡାହାତକୁ ବାନ୍ଧି ଠେଙ୍ଗା ଓ କାଠ ଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।