ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗାଁରେ ବରଯାତ୍ରୀଙ୍କୁ ଆକ୍ରମଣ ଘଟଣା,ସାଇଫୁନ ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ | ସୂଚନାଅନୁଯାଇ ଗତ ୨୧ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ବରଯାତ୍ରୀ ଦଳ ସହିତ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମକୁ ଯାଇଥିଲେ । ବରଯାତ୍ରୀ ଦଳ ରୋଷଣୀ କରି ଯାଉଥିବା ବେଳେ, ପୂର୍ବ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ବରଯାତ୍ରୀ ଦଳ ସହ ଯାଉଥିବା ଅଭିଯୋଗକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ଏକ ଗାଡିକୁ ବାଡ଼େଇ ଭାଙ୍ଗି ଦେଇଥିଲେ |