ବନ୍ତଳାରେ ଗୁଳିକାଣ୍ଡ, ଯୁବକ ମୃତ୍ୟୁ
ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶୁସାନ୍ତ ପ୍ରଧାନ (୩୫) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଆହତ ଶୁସାନ୍ତଙ୍କୁ ପ୍ରଥମେ ବନ୍ତଳା ମେଡିକାଲରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ଜଣାପଡ଼ିଛି। ଗୁଳିକାଣ୍ଡର କାରଣ ଓ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତତ୍କାଳ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି#ଅନୁଗୋଳ#ଦମନ ବାଣୀ ଲାଇଭ
Anugul, Angul | Oct 6, 2026