କାର୍ତ୍ତିକ ପୂର୍ଣ୍ଣିମାରେ ନୃସିଂହନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
ପାପହାରିଣୀ ଝରଣାରେ ପୂର୍ଣ୍ଣିମା ବୁଡ଼, ମାର୍ଜାରକେଶରୀଙ୍କ ଦର୍ଶନ ପାଇଁ ଲାଗିଲା ଲମ୍ବା ଲାଇନ୍
ପାଇକମାଳ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ପୀଠରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ। ଗନ୍ଧମାର୍ଦ୍ଦନ ପର୍ବତମାଳାର ପାପହାରିଣୀ ଝରଣାରେ ପବିତ୍ର ପୂର୍ଣ୍ଣିମା ବୁଡ଼ ପକାଇବା ପାଇଁ ଦୁଇଦିନ ଧରି ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ରୁ ମଧ୍ୟ ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ସେହିପରି ନୃସିଂହନାଥ ମନ୍ଦିରରେ ପ୍ରଭୁ ମାର୍ଜାରକେଶରୀଙ୍କ ଦର୍ଶନ ପାଇଁ ଲାଗିଥିଲା ଲମ୍ବା ଲାଇନ୍। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିଥିଲେ।
କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ସହ ଶ୍ରଦ୍ଧାଳୁଙ୍କୁ ଭୋଗ ବଣ୍ଟନ କରାଯାଇଥିଲା। ରାତ୍ରି ସମୟରେ ଭକ୍ତମାନେ ବିଭିନ୍ନ ପ୍ରକାରର ଭଜନ ଓ କୀର୍ତ୍ତନ କରି ଭକ୍�