ଉମରକୋଟ: ଶିଶୁକୁ ଟାଣି ନେଇଥିଲା କଲରାପତରିଆ, ଜଙ୍ଗଲରୁ ମିଳିଲା ମୃତଦେହ
ନବରଙ୍ଗପୁର: ଶିଶୁକୁ ବାଘ ଟାଣି ନେବା ଘଟଣାରେ ଦୁଃଖଦ ଖବର। ରାଇଘର ରେଞ୍ଜ୍ ଅନ୍ତର୍ଗତ ଚଢ଼ିଆପାରା ଗ୍ରାମ୍ୟ ଜଙ୍ଗଲରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି।
ଛତିଶଗଡ଼ ଓ ନବରଙ୍ଗପୁର ବନ ବିଭାଗର ମିଳିତ ଟିମ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛନ୍ତି। କଲରାପତରିଆ ବାଘ ଆକ୍ରମଣରେ ଶିଶୁର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି।
ପରିବାର ପକ୍ଷରୁ କୁହାଯାଇଥିଲା ଯେ, ସନ୍ଧ୍ୟା ସମୟରେ ଘର ବାରଣ୍ଡାରୁ ଏକ କଲରାପତରିଆ ବାଘ ଶିଶୁକୁ ଟାଣି ନେଇଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
#PadampurTv #Bargada #Odisha #everyonefollowers #highlight