ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଏମଏଲଏ କଲୋନୀରୁ ଯୁବକଙ୍କ ଠାରୁ ଫୋନ ଛିନତାଇ ଘଟଣା, ଏସବିଆଇ କଲୋନୀ ଅଞ୍ଚଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଅଭିଯୋଗକାରୀ ଏମ.ଏଲ.ଏ କଲୋନିରୁ ଚାଲିଚାଲି ଘରକୁ ଫେରୁଥିବା ସମୟରେ ଦୁଇ ଅଭିଯୁକ୍ତ ଏକ ସ୍କୁଟିରେ ଆସି ଅଭିଯୋଗକାରୀଙ୍କର ଫୋନଟିକୁ ଜୋରଜବରଦସ୍ତ ଛିନତାଇ କରି ନେଇଯାଇଥିଲେ । ଏନେଇ ଅଭିଯୋଗକାରୀ ଜଣକ ଖାରବେଳନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଆଜି 4.23ରେ ଦୁଇ ଅଭିଯୁକ୍ତଙ୍କୁ ଏସ.ବି.ଆଇ କଲୋନି ଅଞ୍ଚଳରୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଚୋରୀ ଯାଇଥିବା ମୋବାଇଲ ଫୋନ ଓ ଘଟଣାରେ ବ୍ଯବହୃତ ସ୍କୁଟିଟିକୁ ଜବତ କରିଥିଲେ । ପଚରାଉଚରା ବେଳେଅଭିଯୁକ୍ତ ଦୁହେଁ ନିଜର ଅପରାଧ ସ୍ଵୀକାର କରିଥିଲେ ।