ବୌଦ୍ଧ ଜିଲ୍ଲାରେ ସଡ଼କ ସୁରକ୍ଷା ପାଇଁ କଡ଼ା ଯାଞ୍ଚ: ଗୋଟିଏ ଦିନରେ ୨ ଲକ୍ଷ ୪୧ ହଜାର ଟଙ୍କାର ଚାଲାଣ!
ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଏବଂ ଘଣ୍ଟାପଡ଼ା ଥାନା ପୋଲିସର ମିଳିତ ଆନୁକୁଲ୍ୟରେ ଆଜି ଏକ ସଘନ ମୋଟର ଯାନ ଯାଞ୍ଚ ଅଭିଯାନ ଚଲାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କୁ ସାଧାରଣ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
❌ ବିନା ହେଲମେଟ୍ରେ ଗାଡ଼ି ଚାଳନା: ୧୭ ଜଣ
🪪 ବିନା ଡ୍ରାଇଭିଂ ଲାଇସେନ୍ସ (DL): ୨୦ ଜଣ
📄 ବିନା ବୀମା (Insurance): ୧୪ ଜଣ
🥴 ମଦ୍ୟପାନ କରି ଗାଡ଼ି ଚାଳନା: ୧ ଜଣ (ପୋଲିସ ହେପାଜତକୁ ପ୍ରେରିତ)
🚫 ଅନ୍ୟାନ୍ୟ ନିୟମ ଉଲ୍ଲଂଘନ (ପଲ୍ୟୁସନ, ଫିଟନେସ ଓ ଟ୍ରିପଲ ରାଇଡିଂ): ୧୧ ଜଣ
🧾 ମୋଟ ୨୪ଟି ଚାଲାଣ କଟାଯାଇଛି।
💰 ମୋଟ ୨,୪୧,୦୦୦ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି।
🚷 ୩ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ପାଇଁ ସୁପାରିଶ କରାଯାଇଛି।
ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ସଡ଼କ ସୁରକ୍ଷା ନିୟମ ମାନନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ ଓ ସିଟ୍ବେଲ୍ଟ ବ୍ୟବହାର କରନ୍ତୁ ଏବଂ ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ। ଆଗକୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟା ଆହୁରି କଡ଼ାକଡ଼ି କରାଯିବ।
#BoudhNews #RoadSafety #RTOboudh #TrafficRules #OdishaPolice #SafeDriveSaveLife #Boudh #ArgusNews