କୋରାପୁଟରେ ଘର ତାଲା ଭାଙ୍ଗି ଚୋରି!
ମାଇନିଂ କଲୋନୀ ଚୋରି ମାମଲାର ପର୍ଦ୍ଦାଫାଶ କଲା ପୋଲିସ। ୪ ଅଭିଯୁକ୍ତ ଗିରଫ, ସୁନା-ରୂପା ଗହଣା ସହ ଖଣ୍ଡା ଓ ଲୁହା କରତ ଜବତ। ଗତ ୭ ତାରିଖ ରାତିରେ କୃଷ୍ଣ ମାଝୀଙ୍କ ଘରୁ ନଗଦ ୬ ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା। ଏତଲା ପରେ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ।
📌 ଜବତ: ୨ଟି ସୁନା କାନଫୁଲ, ୨ଟି ରୂପା ଝୁଣ୍ଟି, ୧ଟି ଲୁହା କରତ ଓ ୧ଟି ଲୁହା ଖଣ୍ଡା।
⚖️ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
#Koraput #KoraputNews #CrimeNews #PoliceAction #TheftCase #OdishaNews #koraputpolice #Odisha #newodishatv