ପାଟଣା: ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ, ଭଣ୍ଡାରିବିଲା ଗ୍ରାମର ପରିବା ବଗିଚାରୁ ହରିଣ ଉଦ୍ଧାର କଲା ବନ ବିଭାଗ
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ରାଇଡିହା ବିଟ ଅନ୍ତର୍ଗତ ଭଣ୍ଡାରିବିଲା ଗ୍ରାମର ଏକ ପରିବା ବଗିଚା ରୁ ଆଜି ସକାଳେ ଏକ ହରିଣ କୁ ଉଦ୍ଧାର କରିଛି ବନ ବିଭାଗ। ହରିଣ ଟି ଖାଦ୍ୟ ଅନ୍ୱେଷଣ ରେ ଗାଁ ଭିତରକୁ ପଶି ଆସି ଗ୍ରାମର ଭୀମସେନ ମହାନ୍ତ ଙ୍କ ପରିବା ବଗିଚା ରେ ଘେରାଉ କରାଯାଇଥିବା ଜାଲ ରେ ଫସି ଯାଇଥିଲା। ଏନେଇ ସାହାରପଡା ବନ ବିଭାଗ କୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ବନପାଳ ଭୂପତି ସେଠୀ ଏବଂ ଅନ୍ୟ ବନ କର୍ମଚାରୀ ପହଞ୍ଚି ହରିଣ ଟିକୁ ଉଦ୍ଧାର କରି ଚିକିତ୍ସା ପରେ ଅଟେଇ ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି।