ମଦ୍ୟପାନ କରି ରାସ୍ତାରେ ଘୁରୁଥିଲେ ଯନ୍ତ୍ରୀ!
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ବୁମ୍ ଛଡ଼ାଇ ନେବା ଅଭିଯୋଗ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଞ୍ଚଳରେ ଜଣେ ଯନ୍ତ୍ରୀଙ୍କ ଆଚରଣକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଦ୍ୟପାନ କରି ବାଇକ୍ରେ ରାସ୍ତାରେ ବୁଲୁଥିବା ସମୟରେ ବାରମ୍ବାର ଭାରସାମ୍ୟ ହରାଇ ପଡ଼ିଯାଉଥିବା ଦୃଶ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କ ନଜରକୁ ଆସିଥିଲା। ଏହାପରେ ସାମ୍ବାଦିକମାନେ ଘଟଣାର ଭିଡିଓ ଉତ୍ତୋଳନ କରିବା ସହ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ପଚରାଉଚରା କରିବା ସମୟରେ ବୁମ ଛଡାଇନେଇଥିଲେ
Surajtv #kendujhar #odishanews CMO Odisha #sambadikprotect