ରୋଗୀ ନେଇ ଯାଉଥିବା ବେଳେ ଖରାପ ହୋଇଗଲା ଆମ୍ୱୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜଳଙ୍ଗ ଛକ ନିକଟରେ । ଖାଇରା ଥାନା ତୁରାଣୀପଦା ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ଜଳଙ୍ଗ ଛକ ନିକଟରେ ଆମ୍ବୁଲାନ୍ସର ଇଂଜିନରୁ ଧୂଆଁ ବାହାରିଥିଲା।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବାର ସୂଚନା ମିଳିଛି ।
Basta, Balasore | Sep 11, 2026