#ବିବାହ_ପୂର୍ବରୁ_ଚାଲିଗଲେ_ତେଜା_ନାଗାଲାଣ୍ଡରେ_ଶହୀଦ_ରାୟଗଡ଼ାର_ଯୁବ_ଯବାନ
ଦେଶ ସେବା କରୁ କରୁ ନାଗାଲାଣ୍ଡରେ ଶହୀଦ ହୋଇଛନ୍ତି ରାୟଗଡ଼ାର ଯୁବ ଯବାନ ଭି. ତେଜା। ଡ୍ୟୁଟି ସମୟରେ ଗୁଳି ବାଜିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଶହୀଦ ତେଜାଙ୍କ ପାର୍ଥିବ ଶରୀର ଜନ୍ମମାଟି ରାୟଗଡ଼ାରେ ପହଞ୍ଚିବା ପରେ ଶତାଧିକ ଲୋକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।
ବିଡ଼ମ୍ବନାର ବିଷୟ, ତେଜାଙ୍କ ଜନ୍ମଦିନରେ ହିଁ ତାଙ୍କର ଶେଷଯାତ୍ରା ହେଉଛି। ଆସନ୍ତା ଡିସେମ୍ବର ୧୦ରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ଘରେ ଚାଲିଥିଲା ବିବାହ ପ୍ରସ୍ତୁତି। କିନ୍ତୁ ତା’ପୂର୍ବରୁ ଦେଶ ପାଇଁ ଜୀବନ ଦେଇଦେଲେ ଏହି ବୀର ଯବାନ।
ତେଜାଙ୍କ ତ୍ୟାଗକୁ ନେଇ ପରିବାର ଦୁଃଖିତ ଥିଲେ ମଧ୍ୟ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି।
🙏 ଶହୀଦ ତେଜାଙ୍କୁ ରାୟଗଡ଼ାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
#ShaheedTeja #Rayagada #IndianArmy #AssamRifles #OdishaNews #RayagadaNews #News11Odia #ଶହୀଦ #ତେଜା #ରାୟଗଡ଼ା
Koraput Town, Koraput | Oct 7, 2026