ପ୍ରତିରକ୍ଷା ମନ୍ତ୍ରୀଙ୍କ ସୁରକ୍ଷା ବଳୟରେ ବିଜେପି ପତାକାକୁ ନେଇ ବିଧାୟକ ଓ ସୁରକ୍ଷାକର୍ମୀଙ୍କ ଭିତରେ ଯୁକ୍ତିତର୍କ। HALର କାର୍ଯ୍ଯକ୍ରମ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୁନାବେଡା ଗସ୍ତ ବେଳେ ସମ୍ବେଦନଶୀଳ ଅଞ୍ଚଳ ଭିତରେ ଦଳୀୟ ପତାକା ନଲଗାଇବା ପାଇଁ ସୁରକ୍ଷା କର୍ମୀ କୋରାପୁଟ ବିଧାୟକ ରଘୁରାମ ମାଛଙ୍କୁ ନିବେଦନ କରିଥିଲେ। କିନ୍ତୁ ରଘୁରାମ ଯୁକ୍ତି କରିବା ସହିତ ନିର୍ଭୟରେ ପତାକା ଲଗାଇବା ପାଇଁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ କୌଣସି ପକ୍ଷର ମତାମତ ମିଳପାରିନାହିଁ।
Koraput Town, Koraput | Oct 7, 2026