କିସିଣ୍ଡା: କାସିଣ୍ଡା ସ୍ଥିତ ରାଜିବ ଭବନ ଠାରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ
କାସିଣ୍ଡା ସ୍ଥିତ ରାଜିବ ଭବନ ଠାରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ କିସିଣ୍ଡା ସ୍ଥିତ ରାଜିବ ଭବନ ଠାରେ ସୋମବାର ସକାଳେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାକଟିଦେଉଳ ବ୍ଳକ ର ଅତିରିକ୍ତ ବ୍ଳକ ଅଧିକାରୀ ବିଦ୍ୟାଧର ରାଉତ ରାୟ , ସମନ୍ବୟ ଶିଶୁ ବିକାଶ ବିଭାଗର ସୁପର ଭାଇଜର ଝରଣା ମୁଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗର ପକ୍ଷରୁ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଧାରା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ।