*ଗଣ୍ଠିର ଉନ୍ନତ ଯତ୍ନ ସହ ଭିତ୍ତିଭୂମି ଓ ରୋଗୀଙ୍କ ନିରାପତ୍ତାକୁ ନେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳିତ*
ରାଉରକେଲା ୧୨/୧୦, ଗଣ୍ଠି (ଜଏଣ୍ଟ)ର ଉନ୍ନତ ଯତ୍ନ ନେବା ସହ ଭିତ୍ତିଭୂମି ଏବଂ ରୋଗୀଙ୍କ ନିରାପତ୍ତାକୁ ନେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ଅଡିଟୋରିୟମରେ ବିଶ୍ଵ ଆର୍ଥ୍ରାଇଟିସ୍ ଦିବସ ପାଳିତ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା, ବିଶେଷଜ୍ଞଙ୍କ ବିଶେଷଜ୍ଞତା, ସୁସଜ୍ଜିତ ଅପରେସନ୍ ଥିଏଟର ଏବଂ ସମନ୍ୱିତ ଯତ୍ନ ମାଧ୍ୟମରେ କିପରି ଗଣ୍ଠି ବାତ ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ଏବଂ ଆରୋଗ୍ୟକୁ ଫଳପ୍ରଦ କରାଯାଇପାରିବ ତାହା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ।
୧୯୯୬ରେ ପ୍ରଥମକରି "ବିଶ୍ଵ ଆର୍ଥ୍ରାଇଟିସ୍ ଦିବସ" ପାଳନ କରାଯାଇଥିବା ବେଳେ, ୨୦୨୬ ଅଭିଯାନର ଥିମ୍ ରହିଛି "Achieve your Dreams" (ଆପଣଙ୍କ ସ୍ବପ୍ନ ହାସଲ କରନ୍ତୁ)। ଏହି ପ୍ରୟାସ ମାଧ୍ୟମରେ ଲୋକଙ୍କୁ ଦୈନନ୍ଦିନ ଲକ୍ଷ୍ୟ ହାସଲ କରିବା ଉପରେ ଧ୍ୟାନ କେନ୍ଦ୍ରିତ ସହିତ ଆରାମରେ ଚାଲିବା ଠାରୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପର୍ଯ୍ୟନ୍ତ ଗୁରୁତ୍ୱ ଦେବା ପାଇଁ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଥିଲେ।
ରାଉରକେଲା ଆପୋଲୋ ହସ୍ପିଟାଲ୍ସ, ଏକ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ମଧ୍ୟରେ ମଡ୍ୟୁଲାର୍ ଅପରେସନ୍ ଥିଏଟର, ଉନ୍ନତ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଆନାସ୍ଥେସିଆ ସହାୟତା, କ୍ରିଟିକାଲ୍ କେୟାର ଏବଂ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ସହ ସମନ୍ୱିତ ଭିତ୍ତିଭୂମି କ୍ଲିନିକାଲ୍ ମୂଲ୍ୟାୟନ, ସତର୍କତାର ସହିତ ଯୋଜନାବଦ୍ଧ ଚିକିତ୍ସା ଏବଂ ଆବଶ୍ୟକ ହେଲେ ଅତିରିକ୍ତ ବିଶେଷଜ୍ଞ ଡାକ୍ତରଙ୍କ ମାଧ୍ୟମରେ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହିତ ରୋଗୀର ସୁରକ୍ଷା ଓ ଯତ୍ନ ଉପରେ ଧ୍ୟାନ ରଖିବା ସହ ଅସ୍ତ୍ରୋପଚାର ପୂର୍ବ ମୂଲ୍ୟାୟନ, ଶଲ୍ୟଚିକିତ୍ସା ଯାଞ୍ଚ, ସଂକ୍ରମଣ ପ୍ରତିରୋଧ, ମନିଟରିଂ ଏବଂ ପରବର୍ତ୍ତୀ ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଛି। ରୋଗୀଙ୍କୁ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ପାଇଁ ନର୍ସିଂ ସହାୟତା, ଯନ୍ତ୍ରଣା ପରିଚାଳନା, ପୁନର୍ବାସ ମାର୍ଗଦର୍ଶନ ଏବଂ ଅନୁସରଣ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ବିଶ୍ଵ ଆର୍ଥ୍ରାଇଟିସ୍ ଦିବସରେ ବିଶେଷଜ୍ଞମାନେ ମତ ଦେଇଥିଲେ।
ବିଶ୍ବ ଆର୍ଥ୍ରାଇଟିସ୍ ଦିବସରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ସିନିୟର କନସଲଟାଣ୍ଟ, ଅସ୍ଥିଶଲ୍ୟ ଏବଂ କ୍ରୀଡା ଜନିତ ଆଘାତ ବିଶେଷଜ୍ଞ ଡାକ୍ତର ବରୁଣ କୁମାର ପଟେଲ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ବରିଷ୍ଠ ପରାମର୍ଶଦାତା ଡକ୍ଟର ସୁମନ୍ତ କୁମାର ସେନାପତି ଏବଂ ଆପୋଲୋ ହସ୍ପିଟାଲର ଡାକ୍ତରୀ ସେବା ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପଟ୍ଟନାୟକ, କହିଥିଲେ ଯେ, ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ପ୍ରାରମ୍ଭିକ ଚିକିତ୍ସା ସହିତ ଗଣ୍ଠି ବାତକୁ ରୋକାଯାଇ ପାରିବ। ପ୍ରତ୍ୟେକ ପର୍ଯ୍ୟାୟରେ ରୋଗୀଙ୍କ ସୁରକ୍ଷା ସହିତ ସମନ୍ୱୟପୂର୍ଣ୍ଣ ଯତ୍ନ ମାଧ୍ୟମରେ ଏହି ଆର୍ଥ୍ରାଇଟିସ୍ ରୋଗକୁ ରୋକାଯାଇ ପାରିବ।
ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଗଣ୍ଠି ଯନ୍ତ୍ରଣା ପ୍ରତି ସମୟୋଚିତ ଧ୍ୟାନ ଦେବାର ଗୁରୁତ୍ୱ ଏବଂ ରୋଗ ନିର୍ଣ୍ଣୟ ଠାରୁ ଆରୋଗ୍ୟ ପର୍ଯ୍ୟନ୍ତ ବ୍ୟାପକ ହସ୍ପିଟାଲ ସହାୟତାର ମୂଲ୍ୟକୁ ଗୁରୁତ୍ଵ ଦିଆଯାଇଛି।
ରାଉରକେଲାରୁ ସ୍ୱପ୍ନା ଦାସଙ୍କ ରିପୋର୍ଟ ଓଡିଶା ସିଟି ନିୟୁଜ