ମନମୁଣ୍ଡା ପୋଲିସ ଦ୍ୱାରା ୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ କାର୍ ଜବତ, ଅଭିଯୁକ୍ତ ଗିରଫ!
ମନମୁଣ୍ଡା, ଦେଉଳି, କପାଶିରା ଓ ଯୋଗୀନ୍ଦ୍ରପୁର ଅଞ୍ଚଳରେ ପେଟ୍ରୋଲିଂ ସମୟରେ ମନମୁଣ୍ଡା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। SH-41 କପାଶିରା ଛକ ନିକଟରେ OD-07-AC-2738 ନମ୍ବର ବିଶିଷ୍ଟ ଗୋଟିଏ କଳା ରଙ୍ଗର ହୁଣ୍ଡାଇ ଭେନ୍ୟୁ (Venue) କାର୍କୁ ଅଟକାଇ ତଲାସି ନିଆଯାଇଥିଲା।
ତଲାସି ସମୟରେ ଗାଡ଼ି ଭିତରୁ ଗଞ୍ଜେଇ ଭର୍ତ୍ତି ଜରି ବସ୍ତା ଜବତ ହୋଇଛି। ଘଟଣାସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ବସ୍ତା ସହ ମୋଟ ୦୬ କେଜି ୧୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା।
ଅଭିଯୁକ୍ତର ପରିଚୟ:
ନାମ: ଅଂଶୁମାନ ପଟ୍ଟନାୟକ (୩୪)
ପିତା: ସରୋଜ କୁମାର ପଟ୍ଟନାୟକ
ଠିକଣା: ଅରବିନ୍ଦ ନଗର ୧ଷ୍ଟ ଲେନ୍, ବୁଗୁଡା, ଜିଲ୍ଲା- ଗଞ୍ଜାମ
ଗଞ୍ଜେଇ ପରିବହନ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ଉକ୍ତ ଗଞ୍ଜେଇ, ହୁଣ୍ଡାଇ ଭେନ୍ୟୁ କାର୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିବା ସହ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
#BoudhNews #ManamundaPolice #GanjaSeized #OdishaCrimeNews #BoudhPolice #CrimeUpdate