ପଞ୍ଚଭୂତରେ ଲୀନ ହେଲେ ଲକ୍ଷଣ ମାହାର, ଗାଁରେ ଖେଳିଗଲା ଶୋକର ଛାୟା
ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ ନିକଟରେ ଘଟିଥିବା ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣାରେ ଅକାଳରେ ଆଖି ବୁଜିଥିବା ଶ୍ୟାମସୁନ୍ଦରପୁର ଗ୍ରାମର ଲକ୍ଷଣ ମାହାରଙ୍କ ଶେଷକୃତ୍ୟ ନିଜ ଗ୍ରାମରେ ସମ୍ପନ୍ନ ହୋଇଯାଇଛି।
ତାଙ୍କର ଏହି ଅସମୟ ବିୟୋଗରେ ଗ୍ରାମବାସୀ ଓ ଆତ୍ମୀୟସ୍ବଜନ ସ୍ତବ୍ଧ ହୋଇପଡ଼ିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଏହି ଦୁଃଖଦ ସମୟରେ ସମାଜସେବୀ ଇଂ ବିକାଶ ମହାକୁଲ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଶେଷକୃତ୍ୟ ସମୟରେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।
ପ୍ରଭୁ ଶ୍ରୀଜଗନ୍ନାଥ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।
ଓମ୍ ଶାନ୍ତି!
#Boudh #RoadAccident #RIP #Condolences #SocialWork #OmShanti