SMS News Bureau Rourkela
ନେତା ହେବ ତ ପ୍ରଶାନ୍ତ ଭଳି, ସବୁବେଳେ ଲୋକ ଙ୍କ ସାଥିରେ !
ବିଜୁ ଜନତା ଦଳର ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ସବୁଦିନ ଭଳି ଆଜି ସକାଳୁ ବନ୍ଧମୁଣ୍ଡା ବାହାରିଥିଲେ ଜନସାଧାରଣ ଙ୍କ ସେବାରେ। ଏହି ସମୟରେ ବିଶ୍ରା ଛକ ରୁ ତିଲକାନଗର ଯିବା ରାସ୍ତା ରେ ଗୋଟିଏ ଜାଗା ର ମଝି ଭାଗରେ ଏକ ବିରାଟ ବଡ଼ ଗାତ ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଥିଲା ।ଏହା ତାଙ୍କ ନଜର ରେ ପଡ଼ିଥିଲା । ଜନସାଧାରଣ ଯିବା ଆସିବା ପାଇଁ ବହୁ ମାତ୍ରା ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ନିଜ ଆଖିରେ ମଧ୍ୟ ଦେଖି ଅନୁତାପ କରି ତତକ୍ଷଣାତ ଏକ ସ୍ଲାଗ ଗାଡି ମଗାଇ ସେହି ଗାତ ଟି କୁ ପୂର୍ଣ୍ଣ କରାଇଥିଲେ। ଯାହାଫଳରେ ଜନସାଧାରଣ ଏଥି ରେ ଉପକୃତ ହୋଇଥିଲେ | ବନ୍ଧମୁଣ୍ଡା ଅଞ୍ଚଳବାସୀ ଏଥିରେ ଖୁସି ହୋଇ ପ୍ରଶାନ୍ତ ସେଠୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ରାସ୍ତା ରେ ଅନେକ ଗାତ ରହିଛି ଏହାର ମରାମତି ନିହାତି ଆବଶ୍ୟକ ଏ ଦିଗରେ ପ୍ରଶାନ୍ତ ଭାଇ ପଦକ୍ଷେପ ନେବେ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।